କ’ଣ କରିବାକୁ ଚାହୁଁଛି ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ? ନାଟମଣ୍ଡପରେ ପଥର ଫାଟିବା ପରେ ଏବେ ଗର୍ଭଗୃହରେ ଖସିଛି କେମିକାଲ ପ୍ଲାଷ୍ଟର । ଓଜନ ପ୍ରାୟ ଦେଢ କେଜି ହେବ, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ବରଂ ପ୍ଲାଷ୍ଟର ଖସିବା, ତାହା ପୁଣି ରତ୍ନବେଦୀ ଉପରେ, ତାହା ଗୁରୁତ୍ୱପୂର୍ଣ୍ଣ । ଏତେ ବେଫିକର କେମିତି ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ? ଯେଉଁଥିପାଇଁ ଧୀରେ ଧୀରେ ବିପଦ ଆଡ଼କୁ ଠେଲି ହୋଇଯାଉଛି ବଡ଼ ଦେଉଳ । କେଉଁଠି ପଥର ଫାଟି ଆଁ କଲାଣି ତ ଆଉ କେଉଁଠି ପ୍ଲାଷ୍ଟର ଖସିଲାଣି । ଶ୍ରୀମନ୍ଦିର ପ୍ରତି କାହିଁକି ଏତେ ଅବହେଳା? ଏଭଳି ଅନେକ ପ୍ରଶ୍ନ ଏବେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ । ଦେଖନ୍ତୁ ଏହି ରିପୋର୍ଟ...
#thequiver #updatenews #srimandira #puri #plasterinsrimandira Puri District Admin Naveen Patnaik Archological dipartment government of india #Puri